Odisha Link
Bridging the Missing Links in Odisha

କୋର୍ଟରେ ବୋମାମାଡ଼

ଲକ୍ଷ୍ନୌ: କୋର୍ଟ ପରିସରରେ ବୋମାମାଡ଼। ଆଜି ଅପରାହ୍ନରେ ଲକ୍ଷ୍ନୌର ୱଜିରଗଞ୍ଜ କୋର୍ଟ ପରିସରରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ଅନେକ ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ୱଜିରଗଞ୍ଜ ପହଞ୍ଚି ୩ଟି ଜୀବନ୍ତ ବୋମା ଜବତ କରିବା ସହ ତଦନ୍ତ ଜାରି କରିଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଲକ୍ଷ୍ନୌ ବାର ଆସୋସିଏଶନ ଅଧ୍ୟକ୍ଷ ସଞ୍ଜୀବ ଲୋଧୀ ଟାର୍ଗେଟରେ ଥିଲେ ବୋଲି କୁହାଯାଉଛି। ଏବେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆ ଯାଇଛି। ଆହତ ଓକିଲ ହେଲେ ବାର କାଉନସିଲର ପ୍ରମୁଖ ଅଧିକାରୀ ସଞ୍ଜୀବ ଲୋଧୀ, ଲକ୍ଷ୍ନୌ ବାର ଆସୋସିଏସନର ସଂଯୁକ୍ତ ମନ୍ତ୍ରୀ।

ସୂଚନାଯୋଗ୍ୟ, ନିକଟରେ କୋର୍ଟରେ ନିର୍ବାଚନ ଥିଲା। ଦୁଇ ଓକିଲଙ୍କ ମଧ୍ୟରେ ବିବାଦ ଥିବା କାରଣରୁ ଏହି ବୋମା ମାଡ଼ ହୋଇଛି ବୋଲି ଆକଳନ କରାଯାଉଛି। ଜିତୁ ଯାଦବ ନାମକ ବ୍ୟକ୍ତି ଏହି ବୋମା ବିସ୍ପୋରଣ କରାଇଛି ବୋଲି ଅଭିଯୋଗ ହୋଇଛି। ବୁଧବାର ଦୁଇ ଓକିଲଙ୍କ ମଧ୍ୟରେ ବିବାଦ ହୋଇଥିଲା। ଆଜି ଏହି ବିବାଦ ହିଂସାର ରୂପ ନେଇଛି।

Comments are closed.