ଉଚ୍ଛେଦକୁ ବିରୋଧ କରି ସାଲିଆ ସାହିରେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ବର ସାଲିଆ ସାହିରେ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏପରିକି ପୁଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଡିଏ, ବିଏମସି ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସିଆରପି ଛକରୁ ଇନଫୋସିସ୍ ଭାୟା ସାଲିଆସାହି ଦେଇ ୨୦୦ ଫୁଟ୍ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା। ଉଚ୍ଛେଦକୁ ବିରୋଧ କରିବା ସହ ସେମାନେ ରହୁଥିବା ସ୍ଥାନରେ ତାଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ ବୋଲି ଦାବି କରି ଆଜି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।