Odisha Link
Bridging the Missing Links in Odisha

ସରକାର ଦିଲ୍ଲୀରେ ଶାନ୍ତି ଫେରିବା ନେଇ ନିଶ୍ଚିତ କରନ୍ତୁ: ଆରଏସ୍‌ଏସ୍

ନାଗପୁର: ଦିଲ୍ଲୀ ହିଂସାକୁ ନେଇ ରାଜନୀତି ଥମୁନାହିଁ। ଅନ୍ୟପଟେ ଦିଲ୍ଲୀ ହିଂସାରେ ୩୫ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ଦଲ୍ଲୀ ଦଙ୍ଗାକୁ ନେଇ ପ୍ରତିକ୍ରୟିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସାଧାରଣ ସମ୍ପାଦକ ସୁରେଶ ଭୈୟାଜୀ ଯୋଷୀ।

ସେ କହିଛନ୍ତି ଯେ, ସରକାର ଦିଲ୍ଲୀରେ ଶାନ୍ତି ଫେରିବା ନିଶ୍ଚିତ କରନ୍ତୁ। ଆଇନକୁ ହାତକୁ ନେବାକୁ କାହାରିକୁ ଅଧିକାର ମିଳିନି। ଅଶାନ୍ତ ଥିବା ସ୍ଥାନଗୁଡ଼ିକରେ ଶାନ୍ତି ଫେରାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି।

ଦିଲ୍ଲୀରେ ହୋଇଥିବା ହିଂସାରେ ୩୫ ଜଣଙ୍କ ଜୀବନ ଗଲାଣି। ୨୦୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକଟ କରାଯାଉଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଲଗାତାର ବୈଠକ କରିଛନ୍ତି।

Comments are closed.