ଆଧାର ସହ ପାନ୍ ଲିଙ୍କ୍ ନକଲେ ଦେବାକୁ ପଡିବ ୧୦ହଜାର ଜରିମାନା
ନୂଆଦିଲ୍ଲୀ: ଏଣିକି ଆଧାର ସହ ପାନ୍ ଲିଙ୍କ୍ ନକରିବା ପଡ଼ିପାରେ ମହଙ୍ଗା। ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କ ପାନ୍ ସହ ଆଧାରଙ୍କୁ ଲିଙ୍କ୍ କରିନଥିବେ ସେମାନଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରିବାକୁ ଆୟକର ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଏକ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଆଧାର-ପାନ୍ ଲିଙ୍କ୍ ନକରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ।
ପୂର୍ବରୁ ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମା ବହୁଥର ବୃଦ୍ଧି କରାଯାଇଛି। ଶେଷ ଥର ପାଇଁ ଏହି ସମୟ ସୀମାକୁ ୨୦୧୯ ଡିସେମ୍ବରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଧାର୍ଯ୍ୟ ସମୟ ସୀମା ଭିତରେ ଯେଉଁମାନେ ପାନ୍ ସହିତ ଆଧାର ଲିଙ୍କ୍ ନକରିବେ ସେମାନଙ୍କ ପାନ୍କୁ ‘ନିସ୍କ୍ରିୟ’ ଘୋଷଣା କରାଯିବ ବୋଲି ଆୟକର ବିଭାଗ କହିଥିଲା।
Comments are closed.