Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ। ଆଜି ବ୍ରହ୍ମପୁର ରୋଡ୍‌ ଆଣ୍ଡ୍ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି। ବିନୋଦ ପାଢୀଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ ଏବଂ ତାଙ୍କ ସମ୍ପର୍କୀୟଙ୍କ ୧୨ଟି ଘରେ ଭିଜିଲାନ୍ସ ଟିମ୍ ଚଢଉ ଜାରି ରଖିଛି। ଗଞ୍ଜାମ ବ୍ଲକ୍‌ ମାର୍କେଟ କମ୍ପ୍ଲେକ୍ସ ଓ ଖଲ୍ଲିକୋଟ ଫାର୍ମ ହାଉସ୍‌ ରେଡ୍‌ କରାଯାଇଛି।

Comments are closed.