Odisha Link
Bridging the Missing Links in Odisha

ଏଟିଏମରୁ ବାହାରିଲା ନାଗ

ଝାରସୁଗୁଡା: ଏଟିଏମ୍ ମେସିନରୁ ନାଗ। ବ୍ରଜରାଜନଗର ତାରିଣୀ ମନ୍ଦିର ଛକ ନିକଟରେ ଥିବା ଏକ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ମେସିନ୍ ଭିତରୁ ଏକ ବିରାଟକାୟ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବା ବେଳେ ନାଗ ସାପଟିକୁ ଦେଖିଥିଲେ ବ୍ୟାଙ୍କ୍ ଅଧିକାରୀ। ମେସିନ୍ ଖୋଲିବାରୁ ଭିତରୁ ବିରାଟକାୟ ନାଗ ସାପ ଦେଖିବାକୁ ପାଇଥିଲେ।

ସାଦ ଦେଖି ବ୍ୟାଙ୍କ୍ ଅଧିକାରୀ ଓ କର୍ମଚାରୀ ଭୟଭୀତ ହୋଇ ଟଙ୍କା ବାକ୍ସକୁ ବନ୍ଦ କରି ପଳାଇଯାଇଥିଲେ। ପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଆସି ନାଗ ସାପଟିକୁ ଏଟିଏମ୍ ମେସିନରୁ ବାହାର କରିଛନ୍ତି। ଟଙ୍କା ବାକ୍ସରୁ ନାଗ ସାପଟି ମୃତ ଅବସ୍ଥାରେ ମିଳିଥିଲା। କୁହାଯାଉଛି ଏହି ସାପଟି ଏଟିଏମର ରିଜେକ୍ଟ କ୍ୟାସ ବକ୍ସରେ ରହିଯାଇଥିଲା। ଏହି ସାପଟିର ଲମ୍ବା ୪ଫୁଟରୁ ସାଢେ ୪ ଫୁଟ ବୋଲି ଜଣାପଡିଛି।

Comments are closed.