Odisha Link
Bridging the Missing Links in Odisha

ଅନୁଗୁଳ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଅନୁଗୁଳ: କିଶୋରନଗର ହଣ୍ଡପା ଥାନା କମରେଇ ଗାଁ ପାଖରେ ପ୍ରୋପେନ ବୋଝେଇ ଗ୍ୟାସ ଟ୍ୟାଙ୍କର ଓଲଟି ପଡିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛ। ଗ୍ୟାସ ଲିକ ଯୋଗୁଁ ୫ଟି ଗାଁରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରୁ ୨ କିଲୋମିଟର ଭିତରେ ରୋଷେଇ ବନ୍ଦ ଅଛି । କାଲି ସନ୍ଧ୍ୟାରୁ ଘରେ ଚୁଲି ଜଳିନାହିଁ। ପ୍ରଶାସନ, ଅଗ୍ନିଶମ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କକ କମରେଇ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଧୀରେ ଧୀରେ ଗ୍ୟାସ ଲିକ ହୋଇଥିଲା। ଅନୁଗୁଳରୁ ୬ଟି ଦମକଳ ଗାଡି ନିୟୋଜିତ ହୋଇଛି। ଦୁର୍ଘଟଣାସ୍ଥଳଠାରୁ ଅଧ କିଲୋମିଟର ବ୍ୟାସର୍ଧରେ ପାଣି ସିଂଚନ କରି ମାଟି ଓଦା କରିଦିଆଯାଇଛି। ଗ୍ୟାସ ଲିକ ହେଉଥିବା ଜାଗା ପାଖରେ ଅନବରତ ପାଣି ସିଂଚନ କରାଯାଇଛି। ଏହାସହ କମରେଇ, ତକବା, ମଣ୍ଡାମ , ନାକଚି ଗାଁରେ ରୋଷେଇ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଇବା ଯୋଗାଇଦିଆଯାଇଛି।

Comments are closed.