Odisha Link
Bridging the Missing Links in Odisha

ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

ଯାଜପୁର: ଯାଜପୁର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ୪ଟି ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ ମଧ୍ୟ ସମସ୍ତ ଆସବାବପତ୍ର ସହିତ ଟଙ୍କା, ବାସନକୁସନ ଆଦି ପୋଡି ନଷ୍ଟ ହୋଇଯାଇଛି।
ଘର ପୋଡିଥିବା ପରିବାରଲୋକ ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହୋଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ତେବେ ରାତିରେ ଘରେ ଖାଇ, ପିଇ ସମସ୍ତେ ଶୋଇଥିବା କାରଣରୁ ଏପରି ଏକ ଅଘଟଣ ସମ୍ପର୍କରେ ହଠାତ୍ କେହି ଜାଣିପାରିଲେ ନାହିଁ। ତେଣୁ ଘରର ଆସବାବପତ୍ର ବି ବଂଚାଇପାରିଲେ ନାହିଁ। ନିଆଁ ବ୍ୟାପିବା ପରେ ଟାଉନ୍ ଦମକଳବାହିନୀ ଖବର ପାଇ ନିଆକୁ ଆୟତ୍ତ କରିଥିବା ଜଣାପଡିଛି।

Comments are closed.