Odisha Link
Bridging the Missing Links in Odisha

ପୁଣି ଆରଟିଓ ଅଫିସ୍‌ରୁ ଦଲାଲ ଗିରଫ

ସମ୍ବଲପୁର: ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ପୁଣି ଦୁଇ ଦଲାଲ ଗିରଫ ହୋଇଛନ୍ତି। ପରିବହନ କାର୍ଯ୍ୟାଳୟଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଅନେକ ଦିନ ଆଗରୁ ନିର୍ଦେଶ ଜାରି କରାଯାଇଥିଲା ହେଲେ ଦଲାଲ ମାନେ ବିଭିନ୍ନ ଉପାୟରେ କଳେବଳେ କାର୍ଯ୍ୟାଳୟ ଭିତରକୁ ପଶି ସେମାନଙ୍କ କାମ କରୁଛନ୍ତି।
ଧନୁପାଲି ପୋଲିସ ଦୁଇ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ବୁଢ଼ାରଜାର ଶିବ ମହାରଣା ଓ ରାଜାନଗରର ଶେଖ ଅସଫାଉଦିନକୁ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରାଯାଇଛି। ଜଣେ ବ୍ୟକ୍ତିଙ୍କ ଗାଡି ମୋଟର କାଗଜପତ୍ର କରାଇଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଛି।

Comments are closed.