Odisha Link
Bridging the Missing Links in Odisha

କରୋନା ପାଇଁ ପତ୍ନୀଙ୍କୁ ବାଥରୁମ୍‌ରେ ବନ୍ଦ କଲେ ସ୍ୱାମୀ

ଭିଲ୍‌ନିୟସ୍‌: ଏବେ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଭୟଭୀତ। ଦିନକୁ ଦିନ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରୁଛି କରୋନା। ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୩,୨୮୩ରେ ପହଞ୍ଚିଥିବା ବେଳେ ୯୫,୫୦୦ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି। ଏସବୁ ଭିତରେ କରୋନାକୁ ନେଇ ଲିଥୁଆନିୟାର ଭିଲ୍‌ନିୟସ୍‌ରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। କରୋନା ପାଇଁ ପତ୍ନୀଙ୍କୁ ବାଥରୁମ୍‌ରେ ବନ୍ଦ କଲେ ସ୍ୱାମୀ।

ସୂଚନା ମୁତାବକ, ବ୍ୟକ୍ତି ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ଜଣେ ଚୀନ୍‌ ମହିଳାଙ୍କ ସହ ସାକ୍ଷାତ କରିଥିଲେ। ସ୍ୱାମୀଙ୍କୁ ସନ୍ଦେହ ହୋଇଥିଲା ଯେ ତାଙ୍କ ପତ୍ନୀକୁ କରୋନା ଭାଇରସ୍‌ ହୋଇଛି। ଏହାପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଣଙ୍କ ନିଜ ପତ୍ନୀଙ୍କୁ ବାଥ୍‌ରୁମ୍‌ରେ ବନ୍ଦ କରି ଦେଇଥିଲେ ଯେପରି ଏହି ଭାଇରସ୍‌ ତାଙ୍କୁ ଆକ୍ରାନ୍ତ ନ କରେ। ଏନେଇ ଖବର ପାଇ ପୁଲିସ୍‌ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି। ପରେ ମହିଳା ଜଣକ ନିଜର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ଏବଂ ସେ ଜାଣିବାକୁ ପାଇଥିଲେ ଯେ, ସେ କରୋନାରେ ଆକ୍ରାନ୍ତ ନୁହନ୍ତି।

Comments are closed.