Odisha Link
Bridging the Missing Links in Odisha

ଆଉ କେତେ ଥର ଫାଶୀ ଦିଆଯିବ, ସେମାନେ କ’ଣ ଆତଙ୍କବାଦୀ : ଏପି ସିଂହ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଡେଥ୍‌ ଓ୍ବାରେଣ୍ଟ ଜାରି ପରେ ଦୋଷୀଙ୍କ ଓକିଲ ଏପି ସିଂହ ପଟିଆଲା ହାଉସ କୋର୍ଟଙ୍କ ରାୟରେ ଅସନ୍ତୋଷ ଜାହିର କରି କହିଛନ୍ତି ଯେ, ଆଉ କେତେ ଥର ଫାଶୀ ଦିଆଯିବ। ସେମାନେ କ’ଣ ଆତଙ୍କବାଦୀ। ଅଭିଯୁକ୍ତମାନେ ଶିକ୍ଷିତ ଯୁବକ। ସେମାନେ ପାଠ ପଢ଼ିଛନ୍ତି। ତାଙ୍କୁ ଆତଙ୍କବାଦୀ ପରି ବ୍ୟବହାର କରାଯିବା ଠିକ୍ ନୁହେଁ। ଏଥସହ ଏପି ସିଂହ ଅହୁରି କହିଛନ୍ତି ଯେ, ସୁଧୁରୁଥିବା ପିଲାଙ୍କୁ ମାରି ଦେବାକୁ ଷଡଯନ୍ତ୍ର ଚାଲିଛି।

ସୂଚନାଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଗତକାଲି ରାଷ୍ଟ୍ରପତି ଖାରଜ କରିଥିଲେ। ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବିକଳ୍ପ ନଥିବାରୁ ଏଥର ଫାଶି ସୁନିଶ୍ଚିତ ବୋଲି କୁହାଯାଉଛି। ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ଏକକଳାଳୀନ ଫାଶି ଦିଆଯିବ।

Comments are closed.