Odisha Link
Bridging the Missing Links in Odisha

ଏହି ୨ ପୂର୍ବତନ ବୋଲର ଭାରତୀୟ କ୍ରିକେଟ ଟିମର ନୂତନ ଚୟନକର୍ତ୍ତା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି ଭାରତର ପୂର୍ବତନ ସ୍ପିନର୍ ସୁନୀଲ ଯୋଶୀ। ଏଥିସହ ଭାରତୀୟ ଟିମର ପୂର୍ବତନ ଦ୍ରୁତ ବୋଲର ହରବିନ୍ଦର ସିଂହଙ୍କୁ ମଧ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି କରିଛି ବିସିସିଆଇ।

ବୁଧବାର ବିସିସିଆଇର କ୍ରିକେଟ ପରମର୍ଶଦାତା କମିଟି (ସିଏସି)ର ସୁପାରିଶ ପରେ ପୂର୍ବ ଭାରତୀୟ କ୍ରିକେଟର ସୁନୀଲ ଯୋଶୀ ଏବଂ ହରବିନ୍ଦର ସିଂ ସିନିୟର କ୍ରିକେଟ ଟିମ୍‌ର ମୁଖ୍ୟ ଚୟନ କମିଟି ପ୍ୟାନେଲରେ ସାମିଲ ପାଇଁ ସୁପାରିଶ କରିଥିଲେ। ଚୟନ କମିଟିରେ ଏମଏସକେ ପ୍ରସାଦ ଓ ଗଗନ ଖୋଡାଙ୍କ କାର୍ଯ୍ୟାକାଳ ଶେଷ ପରେ ଖାଲି ପଡିଥିବା ଏହି ଦୁଇଟି ସ୍ଥାନ ପୂରଣ ପାଇଁ ସିଏସି ସୁନୀଲ ଯୋଶୀ ଓ ହରବିନ୍ଦର ସିଂହଙ୍କ ନାମ ସୁପାରିଶ କରିଥିଲା ସିଏସି।

ପୂର୍ବତନ କ୍ରିକେଟର ମଦନ ଲାଲ, ରୁଦ୍ର ପ୍ରତାପ ସିଂ ଏବଂ ସୁଲକ୍ଷଣା ନାୟକଙ୍କୁ ନେଇ କ୍ରିକେଟ୍ ପରାମର୍ଶ କମିଟି (ସିଏସି) ବୁଧବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଭାରତୀୟ ସିନିୟର ଚୟନ କମିଟର ସଦସ୍ୟ ଚୟନ ପାଇଁ ପହଞ୍ଚିଥିଲେ। କମିଟି ପ୍ରଥମେ ଚୟନ ପ୍ୟାନେଲ ପାଇଁ ଏହି ଦୁଇ ପୂର୍ବ କ୍ରିକେଟରଙ୍କ ନାମ ସୁପାରିଶ କରିଥିଲା ​​ଏବଂ ଚୟନ କମିଟିର ଚେୟାରମ୍ୟାନ୍ ଭାବରେ ଯୋଶୀ ନାମ ମଧ୍ୟ ସୁପାରିଶ କରିଥିଲେ।

ସିଏସି ଏହି ଦୁଇ ଜଣ ଚୟନକର୍ତ୍ତାଙ୍କୁ ଏକ ବର୍ଷ ଅବଧି ପରେ ସମୀକ୍ଷା କରିବ ଏବଂ ବିସିସିଆଇକୁ ସୁପାରିଶ କରିବ ବୋଲି କହିଛି। ଏହି ଦୁଇ ନୂତନ ସଦସ୍ୟ ଚୟନ କମିଟିରେ ଦେବଙ୍ଗ ଗାନ୍ଧୀ, ସରନଦୀପ ସିଂ ଏବଂ ଜତିନ୍ ପରଞ୍ଜାପେଙ୍କ ସହ ଯୋଗଦେବେ। ଏହାସହ ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି ମଙ୍ଗଳବାର ଏହି ନୂତନ ଚୟନ କମିଟିକୁ ସେମାନଙ୍କର ପ୍ରଥମ ଦାୟିତ୍ବ ଦେଇଛନ୍ତି। ମାର୍ଚ୍ଚ ୧୨ ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଦଳ ଚୟନ କରିବେ।

Comments are closed.