ସଂଖ୍ୟା ନାହିଁ, ପ୍ରାର୍ଥୀ ଦେବୁନି : ପ୍ରଦୀପ୍ତ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଶ୍ରୀ ନାୟକ କାହିଛନ୍ତି ଯେ, ଆମେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବୁନି। ଆମେ ଜିତିବାର ସମ୍ଭାବନା ନାହିଁ, କହିଁକି ପ୍ରାର୍ଥୀ ଦେବୁ। କୌଣସି ପରିସ୍ଥିତିରେ ବି କଂଗ୍ରେସ ସହ ଆମର ମିଶିବାର ନାହିଁ।
ପ୍ରକାଶ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡିର ୪ ପ୍ରାର୍ଥୀ। ରାଜ୍ୟସଭା ନିର୍ବାଚନରେ ବିଜେଡି ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି। ଏମାନେ ବିଧାନସଭାର ନୂଆ କନଭେନସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ, ବିଜେଡିର ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯାଇଛି।
ବର୍ତ୍ତମାନ ସୁଧା ବିଜେପି କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଯଦି ବିଜେପି ପ୍ରାର୍ଥୀ ନଦିଏ ତେବେ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଆଉ ନିର୍ବାଚନ ହେବ ନାହିଁ । ଅନ୍ୟପଟେ କଂଗ୍ରେସ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ କୌଣସି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିସାରିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ୪ ପ୍ରାର୍ଥୀ। ରାଜ୍ୟସଭା ନିର୍ବାଚନରେ ବିଜେଡି ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି। ଏମାନେ ବିଧାନସଭାର ନୂଆ କନଭେନସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏମାନେ ପ୍ରାର୍ଥୀପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀ, ବିଜେଡିର ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯିବ । ସୁବାସ ସିଂଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ସୂଚନା ମିଳିଛି।
ବର୍ତ୍ତମାନ ସୁଧା ବିଜେପି କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ଯଦି ବିଜେପି ପ୍ରାର୍ଥୀ ନଦିଏ ତେବେ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଆଉ ନିର୍ବାଚନ ହେବ ନାହିଁ। ଅନ୍ୟପଟେ କଂଗ୍ରେସ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ କୌଣସି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିସାରିଛି।