Odisha Link
Bridging the Missing Links in Odisha

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି, ଫଳରେ ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ରେକର୍ଡ ଦର ହ୍ରାସ ଘଟିଛି। ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୬୯ ପଇସା ହ୍ରାସ ହୋଇ ୭୦.୨୦ ଟଙ୍କା ଥିବା ବେଳେ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୩୩ ପଇସା ହ୍ରାସ ହୋଇ ୬୩.୦୧ ଟଙ୍କାରେ ପହଞ୍ଚିଛି।ଦିଲ୍ଲୀରେ ବୁଧବାର ପେଟ୍ରୋଲ ୭୦ ଟଙ୍କା ୨୯ ପଇସା ଏବଂ ଡିଜେଲ ୬୩ ଟଙ୍କା ୧ ପଇସାରେ ପହଞ୍ଚିଛି। ସେହିପରି କଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ହ୍ରାସ ପାଇ ଯଥାକ୍ରମେ ୭୨ ଟଙ୍କା ୯୮ ପଇସା, ୭୫ ଟଙ୍କା ୯୯ ପଇସା ଏବଂ ୭୩ ଟଙ୍କା ୨ ପଇସାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ସାଉଦି ଆରବ ଏବଂ ଋଷିଆ ମଧ୍ୟରେ ଅଏଲ୍‌ ପ୍ରାଇସ୍‌ ୱାର୍‌ ଆରମ୍ଭ ହେବା ପରେ ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ୩୧ ପ୍ରତିଶତ ହ୍ରାସ ପାଇଥିଲା। ଫଳରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି।

Comments are closed.