କରୋନା ଗୀତ ପାଇଁ ଅଡୁଆରେ ହ୍ୟୁମାନ୍

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ। ପ୍ରାଣଘାତୀ କରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଦେଶ ସାରା ଲୋକଙ୍କୁ ସତର୍କତା ମୂଳକ ପଦକ୍ଷେପ ସହ ସଚେତନତାର ବାର୍ତ୍ତା ଦିଆଯାଉଛି। ଏଭଳି ପରିସ୍ଥିତିରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କରୋନା ଉପରେ ଗୀତ ଗାଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।
ସୂଚନା ମୁତାବକ, କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ ଓ ଭୟଭୀତ ଥିବା ବେଳେ ହ୍ୟୁମାନ ସାଗରଙ୍କ ଗୀତ ‘ଝିଅ ନୁହେଁ କୁ କରୋନା ଭାଇରସ’କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏଥିସହ ଏହି ଗୀତକୁ ଓଡ଼ିଶାର ନାମକରା ସଙ୍ଗୀତଜ୍ଞମାନେ ମଧ୍ୟ ବିରୋଧ କରିଛନ୍ତି। ସଙ୍ଗୀତଜ୍ଞ ସଂଗୀତା ଗୋସାଇଁ କହିଛନ୍ତି ଯେ, ଏହି ସମୟରେ ଏ ପ୍ରକାର ଗୀତ ନିନ୍ଦନୀୟ। ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ କହଛନ୍ତି ଯେ, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତ ଉଚିତ୍ ନଥିଲା।