Odisha Link
Bridging the Missing Links in Odisha

ଭାରତରେ କରୋନା: ଆକ୍ରାନ୍ତ ସଂଖ୍ୟା ୧୨୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିବାର ଲାଗିଛି। କରୋନା ୧୫୭ ଦେଶରେ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୯କୁ ବୃଦ୍ଧି ପାଇଛି। ଏଥିସହ ଭାରତରେ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଆଜି ହିଁ ମୁମ୍ବାଇ କସ୍ତୁରବା ହସ୍ପିଟାଲରେ ଆଉ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ପୂର୍ବରୁ ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କରେନାକୁ ଦେଶବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। କରେନାକୁ ନେଇ ଭାରତ ସରକାର ବିଭିନ୍ନ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି। କରେନାକୁ ନେଇ ଭାରତ ସରକାର ବିଭିନ୍ନ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୧୮୨,୭୨୩ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୭୧୭୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

Comments are closed.