ସିନେଜଗତରେ ପ୍ରବେଶ କଲେ କରିସ୍ମାଙ୍କ ଝିଅ

ମୁମ୍ବାଇ: କପୁର ପରିବାରର ୫ମ ପିଢ଼ି ବି ସିନେମା ଜଗତରେ ପାଦ ରଖିଛନ୍ତି। କରିସ୍ମା କପୁରଙ୍କ ୧୫ ବର୍ଷୀୟା ଝିଅ ସମାଇରା ମଧ୍ୟ ସିନେ ଜଗତରେ ନିଜର ଆଗ୍ରହ ଦେଖାଇଛନ୍ତି। ସମାଇରା ନିଜେ ‘ବି ହାପି’ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ଏଇ ରବିବାର ୧୯ତମ ଚିଲ୍ଡ୍ରେନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ଏହି ପ୍ରଦର୍ଶନ ଅବସରରେ କରିସ୍ମାଙ୍କ ସହ ସମାଇରାଙ୍କ ମାଉସୀ କରୀନା କପୁର ମଧ୍ୟ ଉପସ୍ଥିତ ଥିଲେ। ସମାଇରା ଏହି ସିନେମାରେ ନିଜେ ଅଭିନୟ କରିବା ସହିତ କ୍ୟାମେରା ପରିଚାଳନା କରିଛନ୍ତି। ଏହି ଚଳଚ୍ଚିତ୍ରଟି ସମାଇରା ଦୁଇ ବର୍ଷ ପୂର୍ବେ ଆରମ୍ଭ କରିଥିଲେ।
ଯେବେ ଏ ବିଷୟରେ କରିସ୍ମାଙ୍କୁ ସମାଇରାଙ୍କ ଭବିଷ୍ୟତ ଯୋଜନା ସମ୍ବନ୍ଧରେ ପଚରାଗଲା, ସେ ଉତ୍ତର ଦେଲେ ଯେ ସମାଇରା ନିଜ ଯୋଜନ ନିଜେ ବାଛି ସାରିଛନ୍ତି ଏବଂ ସେ ନିଜ ହିସାବରେ ବଞ୍ଚିବେ।