Odisha Link
Bridging the Missing Links in Odisha

ରାଜ୍ୟସଭା: ନିର୍ଦ୍ବନ୍ଦରେ ୩୭ ପ୍ରାର୍ଥୀ ନିର୍ବାଚିତ, ୫ଟି ରାଜ୍ୟରେ ହେବ ନିର୍ବାଚନ

ନୂଆଦିଲ୍ଳୀ: ଆସନ୍ତା ୨୬ରେ ହେବ ରାଜ୍ୟସଭା ନିର୍ବାଚନ। ଏହାପୂର୍ବରୁ ୩୭ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ସମେତ ମୋଟ ୩୭ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସୂଚନା ରହିଛି। ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ରାଷ୍ଟ୍ରପତିଙ୍କ ମନୋନୀତ ପ୍ରାର୍ଥୀ ଭାବେ ରାଜ୍ୟସଭା ଯାଇଛନ୍ତି। ଏଥିସହିତ ସେ ଆଜି ରାଜ୍ୟସଭାରେ ଶପଥ ନେଇଛନ୍ତି।

ରାଜ୍ୟସଭାର ୫୫ ଆସନ ପାଇଁ ୧୭ଟି ରାଜ୍ୟରେ ନାମାଙ୍କନପତ୍ର ଦାଖଲ ହୋଇଛି। ଏବେ ୩୭ ଜଣ ନିର୍ବାଚିତ ହୋଇଥିବାରୁ ଅନ୍ୟ ୧୮ଟି ଆସନରେ ମାର୍ଚ୍ଚ ୨୬ ତାରିଖ ଦିନ ନିର୍ବାଚନ ହେବ। ଏଥିରେ ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶର ୪ଟି ଲେଖାଏଁ ଆସନ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ୩ଟି ଲେଖାଏଁ ଆସନ, ଝାଡ଼ଖଣ୍ଡରେ ୨ଟି, ମଣିପୁର ଏବଂ ମେଘାଳୟରେ ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ବିଜେପିକୁ ୭ଟି ରାଜ୍ୟସଭା ଆସନ ମିଳିଥିବା ବେଳେ ଏହାର ସହଯୋଗୀ ଜେଡିୟୁକୁ ୨ଟି ଆସନ ମିଳିଛି। ତାମିଲନାଡ଼ୁରେ ଏଆଇଏଡିଏମ୍‌କେକୁ ୨ ଆସନ, ବିପିଏଫ୍‌କୁ ଗୋଟିଏ ଆସନ ମିଳିଛି। ଓଡ଼ିଶାରେ ବିଜେଡିକୁ ୪ଟି ଏବଂ ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ ୨ଟି ଆସନ ହାସଲ କରିଛି।

Comments are closed.