Odisha Link
Bridging the Missing Links in Odisha

କରୋନା : ଭାରତରେ ଆକ୍ରାନ୍ତ ସଂଖ୍ୟା ୧୬୬କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୬କୁ ବୃଦ୍ଧି। ୧୬୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୪୧ ଭାରତୀୟ ଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୭୦ଟି ଦେଶକୁ ବ୍ୟାପିଛି କରୋନା ବ୍ୟାପି ସାରିଲାଣି ଏବଂ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିଲାଣି। କରୋନା ଆକ୍ରାନ୍ତ ସଂଖ୍ୟା ସାରା ବିଶ୍ୱରେ ୨ ଲକ୍ଷ ୧୯ ହଜାର ୩୪୫କୁ ଛୁଇଁଛି। ବିଶ୍ୱରେ ଚୀନ, ଇଟାଲୀ, ଇରାନ, ସ୍ପେନ ଓ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ।

Comments are closed.