ଅର୍ଥମନ୍ତ୍ରୀଙ୍କ ଘୋଷଣା ଚ୍ୟାଲେଞ୍ଜିଂ ସମୟରେ ସଠିକ୍ ହସ୍ତକ୍ଷେପ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରୁ ଭିଡିଓ କନଫରେନ୍ସି ଯୋଗେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ତଥା ପିଏସୟୁର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବା ସିଏମଡିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଦେଶରେ ପେଟ୍ରୋଲିୟମ ଉତ୍ପାଦ, ବିଶୋଧନାଗାର, ଟର୍ମିନାଲ ଏବଂ ଇସ୍ପାତ୍ କାରଖାନାର ପରିଚାଳନାର ସମୀକ୍ଷା କରିଛନ୍ତି। ଏହାସହ ଏହି ଦୁଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ନିଆଯାଇଥିବା ସୁରକ୍ଷିତ ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଟିମର ସଦସ୍ୟଙ୍କ ସୁରକ୍ଷା ଚିନ୍ତା କରିବା ସହ ଲୋକମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ନହେବା ପାଇଁ ଆମେ କାର୍ଯ୍ୟ କରୁଛୁ। କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସିଏମଡି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ବର୍ତମାନ ଚ୍ୟାଲେଞ୍ଜିଂ ସମୟ। ଆମକୁ ସାମ୍ନା କରି ଜିତିବାକୁ ହେବ। ଆମର ଟିମ୍ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ। ଏକାଠୀ ହୋଇ ଏହି ସଂକଟକୁ ଦୂରେଇ ହେବ କରିହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ଅନ୍ୟ ଏକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପ୍ରସଙ୍ଗରେ ଚ୍ୟାଲେଞ୍ଜିଂ ସମୟରେ ସଠିକ୍ ହସ୍ତକ୍ଷେପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଅର୍ଥମବୀଙ୍କ ଘୋଷଣା ପରିବାର ଓ ବ୍ୟବସାୟୀଙ୍କୁ ଲାଭଦାୟକ ଦେବ। ଯଦ୍ୱାରା ସେମାନେ କରୋନା ଯୁଦ୍ଧରେ ମୁକାବିଲା କରିବା ପାଇଁ ଧ୍ୟାନ ଦେଇପାରିବେ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ମହାମାରୀର ବିପଦ ବିରୋଧରେ ଦେଶ ଏକାଠୀ ହୋଇଛି । ଆଜିର ଘୋଷଣା ସାମାଜ ତଥା ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବକୁ କମ୍ କରିବ ବୋଲି ସେ କହିଛନ୍ତି।