Odisha Link
Bridging the Missing Links in Odisha

କରୋନା ସହାୟତା: ବିଜେପି କର୍ମୀଙ୍କୁ ୧୦୦ ଟଙ୍କା ଲେଖାଏ ଦେବାକୁ ନଡ୍ଡାଙ୍କ ନିବେଦନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କଠୁ ଆରମ୍ଭ କରି ବିଭିନ୍ନ ଶିଳ୍ପସଂସ୍ଥା, ବେସରକାରୀ ସଂସ୍ଥା, କ୍ରୀଡାବିତ୍, ଅଭିନେତାଙ୍କ ସମେତ ବହୁ ଲୋକ ସହଯୋଗର ହାତ ବଢ଼ାଇଛନ୍ତି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଗଠନ କରିଛନ୍ତି। ଏହି ଫଣ୍ଡକୁ ଅନେକ ଲୋକ ଟଙ୍କା ଦେଇ କରୋନା ମୁକାବିଲାରେ ସାମିଲ ହେଉଛନ୍ତି।

ଏଭଳି ଘଡ଼ିସନ୍ଧି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି କର୍ମୀଙ୍କୁ ନିବେଦନ କରିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, “କରୋନା ଏବେ ମହାମାରୀ ରୂପ ନେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକାଠି ହୋଇ ଲଢ଼େଇ କରିବାକୁ ପଡ଼ିବ। ବିଜେପି କର୍ମୀମାନେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ସହାୟତା କରନ୍ତୁ। ଏଥିସହ ସମସ୍ତ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅତି କମରେ ୧୦୦ ଟଙ୍କା ଲେଖାଏ ଦେବା ଆବଶ୍ୟକ। ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇ ଅଧିକ ସଶକ୍ତ ହୋଇପାରିବ।” ବୋଲି ଶ୍ରୀ ନଡ୍ହା କହିଛନ୍ତି ।

Comments are closed.