ଏଥର ହେବନି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ପାଇଁ ବନ୍ଦ ହେଲା ଭୁବନେଶ୍ବରର ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। କରୋନା ଭାଇରସ୍ର ପ୍ରକୋପ ଏବଂ ଲକ୍ଡାଉନ୍ କାରଣରୁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡ଼ିବନି ବୋଲି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୁକୁଣା ରଥଯାତ୍ରା ସ୍ଥଗିତ ରଖିବାକୁ ଉଭୟ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।
ରୁକୁଣା ରଥଯାତ୍ରା ଏକ ପରମ୍ପରା, ଏହାକୁ ବନ୍ଦ କରିବାଟା ଠିକ ହେବନି ବୋଲି କହିଛି ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି । ସେପଟେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସମର୍ଥନ କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି। ଯେହେତୁ ସଂଖ୍ୟାଧିକ ଲୋକ ଏକାଠି ହେଲେ କୋରୋନା ବ୍ୟାପିବାର ସମ୍ଭାବନା ରହିଛି ତେଣୁ ବନ୍ଦ ହେବା ଠିକ ନିଷ୍ପତ୍ତି ବୋଲି କିଛି ଶ୍ରଦ୍ଧାଳୁ କହିଛନ୍ତି।
ଅପରପକ୍ଷେ ରୁକୁଣା ରଥଯାତ୍ରା ଏକ ପରମ୍ପରା, ଏହାକୁ ବନ୍ଦ କରିବାଟା ଠିକ ହେବନି ବୋଲି କହିଛି ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି ।