Odisha Link
Bridging the Missing Links in Odisha

୨୦୨୧ ଜୁଲାଇରେ ହେବ ଟୋକିଓ ଅଲମ୍ପିକ୍ସ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଆଉ ହେବ ନାହିଁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଅଲମ୍ପିକ୍ସ। ହେଲେ ଜାପାନର ରାଜଧାନୀ ଟୋକିଓ ସହରରେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଜାପାନ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଏହି ବିଶ୍ବ ମହାକୁମ୍ଭ ୨୦୨୧ ଜୁଲାଇ ୨୩ରେ ଅଲମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ସେହିପରି ଅଗଷ୍ଟ ୮ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ।

ଅଲମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ସାରା ବିଶ୍ୱରେ କରୋନା ଭାଇରସର ଭୟାବହତା ଫଳରେ ଅଲମ୍ପିକ୍ସକୁ ଘୁଞ୍ଚାଇବାକୁ ସବୁଆଡ଼ୁ ଦାବି ହେବା ପରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଆୟୋଜକ କମିଟି ଏହାକୁ ଘୁଞ୍ଚାଇବାକୁ ଗତ ସପ୍ତାହରେ ରାଜି ହୋଇଥିଲା। ପ୍ରଥମେ ଏହାକୁ ୨୦୨୧ର ଫେବ୍ରୁଆରୀ-ମାର୍ଚ୍ଚ ମାସରେ କରିବାକୁ ବିଚାର କରାଯାଉଥିଲା। ହେଲେ ଏହି ସମୟରେ ଜାପାନରେ ପାରମ୍ପରିକ ଚେରୀ ବ୍ଲସୁମ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହାଛଡ଼ା ଏହି ସମୟରେ ୟୁରୋପୀୟ ଫୁଟବଲ ଓ ନର୍ଥ ଆମେରିକାନ ସ୍ପୋର୍ଟ ଲିଗ ଅନୁଷ୍ଠିତ ହେଉଥିବାରୁ ତାହାକୁ ଜୁଲାଇରେ କରିବାକୁ ନିଷ୍ପତ୍ତି ହୋଇଥିଲା।

Comments are closed.