କ୍ବାରାଣ୍ଟିନ୍ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ନରେନ୍ଦ୍ର ମୋଦିଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଇଛି। ଆଜି ଠାରୁ ୧୪ ଦିନ ଯାଏଁ ସେ ସର୍ବସାଧାରଣରୁ ଦୂରେଇ ରହିବେ। କରୋନା ସଂକ୍ରମଣ ସନ୍ଦେହରୁ ଏଭଳି କରାଯାଇଛି। ବେଂଜାମିନଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।
ଏକ କୋଟିରୁ କମ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ଏଯାବତ୍ ୪,୩୪୭ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହେଲାଣି।