Odisha Link
Bridging the Missing Links in Odisha

ମୋ ବ୍ୟାଟିଂ ଷ୍ଟାଇଲର ପ୍ରେରଣା ହେଉଛନ୍ତି ‘ଅଙ୍ଗଦ’: ସେହଓ୍ବାଗ

ନୂଆଦିଲ୍ଲୀ: ‘ପ୍ରେରଣା’ ହିଁ ମଣିଷ ଜୀବନକୁ ଆଗକୁ ନେଇଥାଏ। ଯେପରିକି ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କ ପ୍ରେରଣା ଜଣେ ମହାନ୍‌ ବ୍ୟାଟ୍ଦମ୍ୟାନ ହିଁ ହୋଇଥାଏ। ହେଲେ ଟିମ୍‌ ଇଣ୍ଡିଆର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ଦମ୍ୟାନ ବିରେନ୍ଦ୍ର ସେହଓ୍ବାଗଙ୍କ ପ୍ରେରଣା କିଏ ଶୁଣିଲେ ଆପଣ ଚକିତ ଯେତିିତି ହେବେ ସେତିକି ଖୁସି ମଧ୍ୟ ହେବେ। ସେହଓ୍ବାଗଙ୍କ ପ୍ରେରଣା କିଏ ସେ ନିଜେ ଏହାର ଖୁଲାସା କରିଛନ୍ତି। ସେହଓ୍ବାଗଙ୍କ ବ୍ୟାଟିଂର ପ୍ରେରଣା ଆଉ କିଏ ନୁହନ୍ତି ବରଂ ତାଙ୍କ ପ୍ରେରଣା ହେଉଛନ୍ତି ରାମାୟଣରେ ବର୍ଣ୍ଣିତ କିସିକିନ୍ଧା ଯୁବାରାଜ ଅଙ୍ଗଦ

ସେହୱାଗ ଆଜିକାଲି ଦୂରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣ ସିରିଏଲର ଅଙ୍ଗଦଙ୍କର ଏକ ଚିତ୍ର ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ କେବଳ ସେହଓ୍ବାଗଙ୍କ ଆଦର୍ଶ ବିଷୟରେ ନୁହେଁ, ବରଂ ରାମାୟଣ ସିରିଏଲ୍ ଆଜିକାଲି କେତେ ଲୋକପ୍ରିୟ ହେଉଛି ତାହା ମଧ୍ୟ ଦର୍ଶାଇଛି।

ସେହଓ୍ବାଗ ଏକ ଫଟୋ ଟୁଇଟ କରି ଲେଖିଛନ୍ତି ଯେ, ଅଙ୍ଗଦଙ୍କ ଗୋଡ଼ ହଲାଇବେ ସହଜ ନୁହେଁ। ଏ ଅଙ୍ଗଦଙ୍କ ପରାକ୍ରମ ଅଟେ। ଏବଂ ନିଜର ବ୍ୟାଟିଂର ପ୍ରେରଣା ଅଙ୍ଗଦ ବୋଲି କହିଛନ୍ତି ସେହଓ୍ବାଗ। ଉଲ୍ଲେଖଥାଉକି, ସେହଓ୍ବାଗଙ୍କ ବ୍ୟାଟିଂ ଷ୍ଟାଇଲରେ କେବଳ ଅଙ୍ଗଦ ନୁହେଁ ମହାବୀର ହନୁମାନଙ୍କ ନଜରି ଆସିଥାଏ।

ସୂଚନାଥାଉକି, ବୀରେନ୍ଦ୍ର ସେହଓ୍ବାଗ ନିଜ କ୍ରିକେଟ କ୍ୟାାରିୟରରେ ୨ଟି ତ୍ରିଶତକ ମାରିଛନ୍ତି। ଗୋଟିଏ ପାକିସ୍ତାନ ଏବଂ ଅନ୍ୟଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ। ସେହଓ୍ବାଗ ୨୫୧ଟି ଦିନିକିଆ ମ୍ୟାଚ ଖେଳି ୮୨୭୩ ରନ୍‌ କରିଥିବା ବେଳେ ୧୦୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୮୫୮୬ ରନ୍‌ ସଂଗ୍ରହ କରିଛନ୍ତି।

Comments are closed.