Odisha Link
Bridging the Missing Links in Odisha

ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା ଓ ଯତ୍ନ ନେଇଛନ୍ତି ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି ଅନେକ ଲୋକ। ବାହାର ରାଜ୍ୟରେ ଯେପରି ଓଡ଼ିଶାର ଲୋକ ଫସି ରହିଛନ୍ତି ସେହିପରି ଅନ୍ୟରାଜ୍ୟର ଲୋକ ଆମ ରାଜ୍ୟରେ ମଧ୍ୟ ଫସି ରହିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପ୍ରାବସୀମାନଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି । ଠିକ୍ ସେହିପରି ଆମ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟରେ ପହଞ୍ଚିବା ପାଇଁ ବ୍ୟବସ୍ଥା ହୋଇଛି ।

ଏନେଇ ଆଜି ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲକଡାଉନ ସମୟରେ ଓଡ଼ିଶାରେ ରହିଥିବା ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା ଓ ଯତ୍ନ ନେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ରହିବା ପାଇଁ ସୁବନ୍ଦୋବସ୍ତ କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ଓ ସୁରକ୍ଷିତ ଭାବେ ନିଜ ଅଞ୍ଚଳକୁ ପହଞ୍ଚାଇବା ପାଇଁ ବସର ସୁବ୍ୟବସ୍ଥା କରାଯାଇଛି।

Comments are closed.