Odisha Link
Bridging the Missing Links in Odisha

ଆଇଆଇଟିଟିଏମ୍ ପରିଚାଳନା କମିଟି ସଦସ୍ୟ ହେଲେ ସୋଆର ଡ. ଶିତିକଣ୍ଠ ମିଶ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। କେନ୍ଦ୍ର ପର୍ଯ୍ୟଟନ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ୍ ତାଙ୍କୁ ୩ ବର୍ଷ ଲାଗି ଏହି ପଦବୀ ନିମନ୍ତେ ମନୋନୀତ କରିଛନ୍ତି।

ଆଇଆଇଟିଟିଏମ୍ ପର୍ଯ୍ୟଟନ କେନ୍ଦ୍ର ମନ୍ତ୍ରଣାଳୟ ପରିଚାଳିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଯାହାର ଶାଖା ଅନୁଷ୍ଠାନ ଭୁବନେଶ୍ୱର, ନୋଇଡା, ନେଲୋର ଓ ଗୋଆ ଠାରେ କାର୍ଯ୍ୟ କରୁଛି। ପର୍ଯ୍ୟଟନ ଓ ତତ୍‌ସଂକ୍ରାନ୍ତିୟ ବିଭିନ୍ନ ବିଷୟରେ ଏଠାରେ ଶିକ୍ଷା ଓ ତାଲିମ୍ ଦିଆଯାଇଥାଏ।

ଡ. ମିଶ୍ର ଆଇଆଇଟିଟିଏମ୍‌ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହିତ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ତଥା ଅଲ୍ ଇଣ୍ଡିଆ କାଉନ୍‌ସିଲର ଅଫ୍ ଟେକ୍ନିକାଲ୍ ଏଜୁକେସନ୍‌ର ପରିଚାଳନା କମିଟିର ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏହା ସହ ସେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏକ୍ରିଡିସନ୍‌ର ଏକ୍ରଡିସନ୍ ଇଭାଲ୍ୟୁଏସନ୍ କମିଟିର ଅଧ୍ୟକ୍ଷ, ଇଣ୍ଡିଆନ୍ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି କଂଗ୍ରେସର ସଭାପତି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍‌, ସିଣ୍ଡିକେଟ୍ ଓ ଏକାଡେମିକ କାଉନ୍‌ସିଲର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ବର୍ତମାନ ସେ ନର୍ଥଇଷ୍ଟ ହିଲ୍ ୟୁନିଭର୍ସିସଟି, ଇଗ୍‌ନୁ ଓ ମିଜୋରାମ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୁଲ ବୋର୍ଡ ସଦସ୍ୟ ଅଛନ୍ତି।

Comments are closed.