କରୋନା: ରାଜ୍ୟରେ ୧ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୃତକକ ସଂଖ୍ୟା ୬ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ୧୦୫୨ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହିତ ରାଜ୍ୟର ୨୪ଟି ଜିଲ୍ଲାକୁ ଛୁଇଁଲା କରୋନା ସଂକ୍ରମଣ। ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧରୁ ୨୮, ପୁରୀରୁ ୧୧, କଟକରୁ ୯, ଖୋର୍ଦ୍ଧାରୁ ୭, ଗଞ୍ଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ାରୁ ୨, ନୂଆକରି ମାଲକାନଗିରିରୁ ୨ ଏବଂ ବାଲେଶ୍ବର, କନ୍ଧମାଳ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ଆଜି ଚିହ୍ନଟ ହୋଇଥିବା ୭୪ ଜଣଙ୍କ ମଧ୍ୟରୁ ୭୨ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଏଥିସହିତ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟ ସଂଖ୍ୟା ୬ରେ ପହଁଞ୍ଚିଛି। ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ୭୦ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।
ରାଜ୍ୟରେ ବର୍ତ୍ତମାନ ୧୦୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୩୯ ଜଣ ଆକ୍ରାନ୍ତ ରାଜ୍ୟ ବିଭିନ୍ନ କୋଭିହ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।