Odisha Link
Bridging the Missing Links in Odisha

ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା

କରାଚୀ: ପାକିସ୍ତାନରେ ଆଜି ଏକ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନଟି ଦୁର୍ଘଟଣା ହୋଇଛି । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଲାହୋରରୁ କରାଚୀ ଯାଉଥିଲା ଏହି ଯାତ୍ରୀବାହୀ ବିମାନ। ପ୍ରାୟ ୯୮ ଜଣ ଯାତ୍ରୀ ସେହି ବିମାନରେ ଯାତ୍ରା କରୁଥିଲେ। ଯାତ୍ରୀବାହୀ ବିମାନରେ ୮ଜଣ କ୍ରିୟୁ ମେମ୍ବର ଥିଲେ। ଏହାସହ ମୃତାହତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ବିମାନଟି ଦୁର୍ଘଟଣା ପରେ ଜନବସତି ଅଞ୍ଚଳରେ ଖସିପଡ଼ିଥିଲା ବିମାନଟି ଖସିପଡ଼ିବା ପରେ ସେଠାରେ ଅନେକ ଘରେ ନିଆଁ ଲାଗିଯାଇଥିଲା।

ଖବର ଲେଖା ହେବା ପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.