WHO କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେଲେ ଡ. ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଆଜି ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଜାପାନର ଡ. ହିରୋକି ନିକୋଟିନଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଦାୟିତ୍ୱ ନେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କରୋନା ମହାମାରୀ ରୂପକ ବିଶ୍ୱ ସଙ୍କଟ ସମୟରେ ମୁଁ ଦାୟିତ୍ୱ ନେଇଛି। ଆଗାମୀ ୨ ଦଶନ୍ଧିରେ ଅନେକ ସ୍ୱାସ୍ଥ୍ୟ ଭିତ୍ତିକ ଚ୍ୟାଲେଞ୍ଜ ରହିବ। ଏହିସବୁକୁ ଦୂର କରିବାକୁ ସବୁ ରାଷ୍ଟ୍ରର ସହଯୋଗ ଜରୁରୀ ରହିଛି ବୋଲି ସେ କହିଛନ୍ତି।
ଡ.ହର୍ଷବର୍ଦ୍ଧନ ୧ବର୍ଷ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଲେ। ସୂଚନାଥାଉକି, ମଙ୍ଗଳବାର ଦିନ ଭାରତକୁ WHO କାର୍ଯ୍ୟନିର୍ବାହୀ ବୋର୍ଡରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ ଅନୁମୋଦିତ ହୋଇଯାଇଥିଲା। ୧୯୪ ଟି ଦେଶ ଏହି ପ୍ରସ୍ତାବରେ ଦସ୍ତଖତ କରିଥିଲେ।