Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ନୀବନ ସରକାରର ୫ମ ପାଳିର ୨ୟ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ଆଜି ଅନୁଷ୍ଠିତ ହେବ। ଆଜି ରବିବାର ସତ୍ତ୍ବେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ ଗୋଟାଏରେ ଅନୁଷ୍ଠିତ ହେବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ।

ଆଜି ଅପରାହ୍ନରେ ହେବାକୁ ଥିବା ଏହି କ୍ୟାବିନେଟରେ ସ୍ବାସ୍ଥ୍ୟ, ଶ୍ରମ, ଅର୍ଥ, କୃଷି, ଶିଳ୍ପ, ପଞ୍ଚାୟତିରାଜ ଓ ସାଧାରଣ ପ୍ରଶାସନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। କରୋନା ମୁକାବିଲା ଓ ପ୍ରବାସୀଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆଜିର କ୍ୟାବିନେଟର ବହୁ ଗୁରୁତ୍ବ ରହିଛି ବୋଲି କୁହାଯାଉଛି।

Comments are closed.