Odisha Link
Bridging the Missing Links in Odisha

ଭଲ ଖବର: ସୁସ୍ଥ ହେଲେ ଆଉ ୧୧୨

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ  ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭୧୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସୁସ୍ଥ ହୋଇଥିବା ମଧ୍ୟରେ ୩୩ ଜଣ କେନ୍ଦ୍ରାପଡା ଜିଲ୍ଲାରୁ ଥିବା ବେଳେ ବଲାଙ୍ଗୀରରୁ ୧୬ଜଣ ଓ ଯାଜପୁରରୁ ୧୧ ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୧୦ଜଣ, ଜଗତସିଂପୁରରୁ ୮ଜଣ, ଗଞ୍ଜାମ ଓ ଖୋର୍ଦ୍ଧାରୁ ୭ଜଣ ଲେଖାଏଁ, କଟକ ଓ ସୋନପୁର ଜିଲ୍ଲାରୁ ରୁ ୪ଜଣ ଲେଖାଏଁ ଏବଂ ବାଲେଶ୍ୱର, ପୁରୀ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ନୟାଗଡ ଜିଲ୍ଲାରୁ ୨ ଜଣ ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments are closed.