Odisha Link
Bridging the Missing Links in Odisha

ନୟାଗଡ଼: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେଲା ବାଲିକୁଦିଆ

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲାର ବାଲିକୁଦିଆ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ। ଆଜି ଜିଲ୍ଲାରେ ସକାଳୁ ୭ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ଜଣ ଲୋକାଲ କେସ୍‌ ହୋଇଥିବା ବେଳେ ଜଣେ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗଦାଧରପ୍ରସାଦ ବାଲିକୁଦିଆ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ନୟାଗଡ଼ ୟାମ୍ହା ଶୋରୁମରେ କାର୍ଯ୍ୟ କରୁଥିବା ନେଇ ସୂଚନା ରହିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ଜୁନ୍‌ ୪ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଭୁବନେଶ୍ବର ସମ୍‌ ହସ୍ପିଟାଲ ଯାଇଥିବା ବେଳେ ସେ କରୋନା ପଜିଟିଭ ବୋଲି ଜଣା ପଡ଼ିଥିଲା। ଏହାଜଣା ପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଜାରି ରହିଛି।

ଉକ୍ତ ବ୍ୟକ୍ତି ଜଣକ କିଭଳି କରୋନା ଆକ୍ରାନ୍ତ ହେଲେ ସେ ନେଇ କିଛି ଜଣାପଡ଼ିନଥିବା ବେଳେ ତାଙ୍କ ସଂସର୍ଶରେ ଆସିଥିବା ୩୦ ଜଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ କ୍ବାରା‌ଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ଫଳରେ ବାଲିକୁଦିଆକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ।

Comments are closed.