Odisha Link
Bridging the Missing Links in Odisha

ମୋଦିଙ୍କ ବିପକ୍ଷରେ ମୋଦିଙ୍କୁ ଠିଆ କଲା କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ଟୁଇଟରରେ #ModiExposesModi ବହୁଳ ମାତ୍ରାରେ ଟ୍ରେଣ୍ଡ ହୋଇଥିଲା। ଏଭଳି ଟ୍ରେଣ୍ଡ କଂଗ୍ରେସ ପକ୍ଷରୁ କରାଯାଇଥିଲା। କଂଗ୍ରେସ ପିଏମ୍‌ ମୋଦିଙ୍କୁ ଟାର୍ଗେଟ କରି ମୋଦିଙ୍କ ବିରୋଦ୍ଧରେ ମୋଦିଙ୍କୁ ଠିଆ କରିଛି। ଅର୍ଥାତ୍‌ ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ଫଟୋ, ଭିଡିଓ ଓ ମିମ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ରଖିଛି କଂଗ୍ରେସ।

କଂଗ୍ରେସ ପକ୍ଷରୁ ଗୋଟିଏ ପରେ ଗୋଟିଏ ମୋଦିଙ୍କ ବିରୋଧରେ ଟୁଇଟ୍ କରିଛି। ବିଶେଷ କରି ଚୀନ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରି ରହିଥିଲେ। କଂଗ୍ରେସ ଏକ ଫଟୋ ସେୟାର କରିଛି। ସେ ଯାହା କହିଛନ୍ତି ଏବଂ ବର୍ତ୍ତମାନ କଣ କରୁଛନ୍ତି ତାହା ଉପରେ ଲେଖାଯାଇଛି। ଦେଶର ସୁରକ୍ଷା ବିପଦରେ ରହିଛି ବୋଲି ମୋଦି କହିଛନ୍ତି। ଚୀନ୍ ଆମ ସୀମାରେ ପ୍ରବେଶ କଲା ଏବଂ ଆମେ ଚୁପଚାପ୍ ଦେଖୁଥିଲୁ।

ଏହି ଫଟୋର ଦ୍ୱିତୀୟ ଭାଗରେ କଂଗ୍ରେସ ମୋଦିଙ୍କ ଚିତ୍ର ପରଦାରେ ରଖିଛି। ଏଥିରେ ଲେଖା ଅଛି ଯେ ଚୁପଚାପ୍ ଦେଖୁଛି। ବାସ୍ତବରେ ବର୍ତ୍ତମାନ ସୀମାରେ ଚୀନ୍ ଏବଂ ଭାରତ ମଧ୍ୟରେ ବିବାଦ ଲାଗି ରହିଛି। ବହୁ ସଂଖ୍ୟକ ଚୀନ୍ ସୈନିକ ସୀମାରେ ଉପସ୍ଥିତ ଅଛନ୍ତି। ଭାରତର ସୈନିକ ମାନେ ମଧ୍ୟ ସୀମାରେ ଉପସ୍ଥିତ ଅଛନ୍ତି। କିନ୍ତୁ ଉଭୟ ଦେଶ ବିଶ୍ୱାସ କରନ୍ତି ଯେ ସୀମା ବିବାଦ ପ୍ରସଙ୍ଗ ବାର୍ତ୍ତାଳପ ବୁଝାମଣ ଦ୍ୱାରା ସମାଧାନ ହେବ।

ଏଥିସହିତ ଗରିବୀ ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ନେଇ ମଧ୍ୟ ଟାର୍ଗେଟ କରିଛି କଂଗ୍ରେସ।

Comments are closed.