Odisha Link
Bridging the Missing Links in Odisha

୬ଷ୍ଠ ଥର ସରକାରକୁ ଆସିଲେ ଓଡ଼ିଶାବାସୀଙ୍କ ପାଇଁ କ’ଣ କରିବ ବିଜେଡି? ନବୀନ କଲେ ଘୋଷଣା

ଓଏଲ୍‌ ବ୍ୟୁରୋ: ଆସିଲା ଶାସକ ଦଳ ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଜାରି କରିଛନ୍ତି ନିର୍ବାଚନୀ ଇସ୍ତାହାର। ଭିଡିଓ ଜାରି କରି ନବୀନ ପଟ୍ଟନାୟକ କହିଛନ୍ତି, ଏହି ଇସ୍ତାହାର ପତ୍ର ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଏହି ଇସ୍ତାହାର ପତ୍ର ଯୁବଶକ୍ତିର ଘୋଷଣାପତ୍ର ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଗତ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡ଼ିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି। ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫-ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ଘୋଷଣା ପତ୍ର ଓଡିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇଛି। ୨୦୩୪ ସୁଦ୍ଧା ଓଡିଶା ଭାରତର ହେବ ଏକ ନମ୍ବର ରାଜ୍ୟ। ୫ଟି ଉପକ୍ରମରେ ଓଡ଼ିଶା ଲେଖିବ ନୂଆ ଇତିହାସ।ଯୁବଶକ୍ତି ହେବେ ଏହାର ସାଥୀ। ତେଣୁ ଏହି ଘୋଷଣାପତ୍ର ଯୁବଶକ୍ତିଙ୍କ ଘୋଷଣା ପତ୍ର। ଯୁବଶକ୍ତି ପାଇଁ ରାଜ୍ୟ ବିଶେଷ ବଜେଟ ଆଣିବ।ଏଥିପାଇଁ ୧ଲକ୍ଷ କୋଟିର ଅଲଗା ବଜେଟ ଆସିବ।୧୦ ବର୍ଷ ପାଇଁ ଏହି ବଜେଟର ବ୍ୟବସ୍ଥା ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ବିଜେଡି ଇସ୍ତାହାର ପତ୍ରରେ କ’ଣ ଅଛି ଜାଣନ୍ତୁ:
ନିର୍ବାଚନୀ ଇସ୍ତାହାର ଅନୁଯାୟୀ ୫ ବର୍ଷରେ ୨ ଲକ୍ଷ ଚାକିରି ଦେବାକୁ ଦେଲେ ପ୍ରତିଶ୍ରୁତି । ଗରିବଙ୍କୁ ମିଳିବ ୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି। ଯୁବଶକ୍ତି ପାଇଁ ବିଶେଷ ବଜେଟ୍ ଆସିବ। ‘ନୂଆ-ଓ’ ରେ ପୁଅଙ୍କୁ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା। BSKYର ପରିସର ବୃଦ୍ଧି କରାଯିବ। ମହିଳାଙ୍କୁ ବିନା ସୁଦ୍ଧରେ ମିଳିବ ୧୫ ଲକ୍ଷ ଯାଏଁ ଋଣ ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ସ୍ୱୟମ ଉଦ୍ୟୋଗୀ ଋଣକୁ ବ୍ୟାପକ କଭରେଜ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡ଼ିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଓ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ଯାହା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୀତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ।

ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ। ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା ସଂସ୍ଥାଗୁଡ଼ିକ ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ। ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ। ଆଗାମୀ ୧୦ ବର୍ଷରେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ ହେବ। ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁ ଯୋଗାଇ ଦିଆଯିବ।

Leave A Reply

Your email address will not be published.