Odisha Link
Bridging the Missing Links in Odisha

କାଲି ଦ୍ବୈତ ନଗରୀରେ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା।ଏବେ ଏହି ତାତିରୁ ମିଳିଛି ଆଶ୍ୱସ୍ତି। ଦୁଇ ଦିନ ହେବ କାଳବୈଶାଖୀ ବର୍ଷା ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି। ଆସନ୍ତାକାଲି ପାଇଁ ଦ୍ବୈତ ନଗରୀକୁ ବର୍ଷା ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ।

ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ୫ଦିନ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତାକାଲି ସକାଳ ସାଢ଼େ୮ଟାରୁ ୧୧ତାରିଖ ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆସନ୍ତା ୨୪ ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦କିଲୋମିଟର ରହିବ। ଆସନ୍ତାକାଲି ବାଲେଶ୍ୱର, ମୟୁରଭଞ୍ଜରେ ପବନର ବେଗ ମଧ୍ୟ ୩୦ରୁ ୪୦କିଲୋମିଟର ପ୍ରତି ଘଂଣ୍ଟା ରହିବ।ଏଥିରେ ଉପକୂଳ ସମେତ ଉତ୍ତର ଓଡ଼ିଶା ପ୍ରଭାବିତ ହେବ। ଏନେଇ ୯, ୧୦, ୧୧ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.