Odisha Link
Bridging the Missing Links in Odisha

ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୮ ଜୀବନ

ଓଏଲ୍‌ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। ଚାଲିଗଲା ୮ ଜୀବନ। ଏଥିସହିତ ୧୨ ଜଣ ଗୁରୁତରଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିସ୍ଫୋରଣରେ ୫ ଜଣ ମହିଳାଙ୍କ ଜୀବନ ଚାଲି ଯାଇଛି। ତେବେ ଏହି ବାଣ କାରଖାନାଟି ଏକ ଲାଇସେନ୍ସ ଯୁକ୍ତ ବାଣ କାରଖାନା ବୋଲି ତାମିଲନାଡୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ପୁଲିସ ସୂଚନା ଦେଇଥିବା ଅନୁଯାୟୀ ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ସେହିପରି ୧୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇ ବୋଲି ପୁଲିସ କହିଛି।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। ଏହା ଏକ ଲାଇସେନ୍ସ ପ୍ରାପ୍ତ ବାଣ କାରଖାନା ଥିଲା। ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି।

Leave A Reply

Your email address will not be published.