Odisha Link
Bridging the Missing Links in Odisha

ଦ୍ବୈତ ନଗରୀକୁ ରେଡ ଆଲାର୍ଟ, ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବର

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା। ଆଜିବି ଅସହ୍ୟ ତାତି ଅନୁଭୂତ ହେଉଛି। ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନି ସିଟି ଭୁବନେଶ୍ବର ଓ କଟକକୁ ଜାରି ହୋଇଛି ରେଡ୍‌ ଆଲର୍ଟ।

ଆଜି ଉଭୟ ଭୁବନେଶ୍ୱର ଓ କଟକ ସହରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସେଥିପାଇଁ ଭୁବନେଶ୍ୱର ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଶନିବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ଭୁବନେଶ୍ୱରର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ସିଜିନର ପ୍ରଥମ ଥର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି।

ସେହିପରି ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ରାଉରକେଲାରେ ୪୨.୫ ଡିଗ୍ରୀ, ଚାନ୍ଦବାଲି ୪୨.୪ ଡିଗ୍ରୀ, ସମ୍ବଲପୁର ୪୨.୧ ଡିଗ୍ରୀ, ହୀରାକୁଦ ୪୧.୮ ଡିଗ୍ରୀ, ବାଲେଶ୍ବର ୪୧.୭ ଡିଗ୍ରୀ, କେନ୍ଦୁଝର ୪୧.୫ ଡିଗ୍ରୀ, ଗୋପାଳପୁର ୩୫.୪ ଡିଗ୍ରୀ, ପୁରୀ ୩୪.୭ ଡିଗ୍ରୀ, ପାରାଦୀପ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.