Odisha Link
Bridging the Missing Links in Odisha

ଓଡ଼ିଶା ନିର୍ବାଚନ: ଚିନ୍ତାରେ ଟିକେଟ୍‌ ଆଶାୟୀ, ୩ ଦଳର ବାକି ପ୍ରାର୍ଥୀ ଘୋଷଣା କେବେ ?

ଓଏଲ୍‌ ବ୍ୟୁରୋ: ପ୍ରଚାରରେ କମ୍ପୁଛି ଗାଁ ଠୁ ସହର। ନିର୍ବାଚନ ବୈତରଣୀ ପାର କରିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରଚାର। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁଁ ନାମାଙ୍କନ ପତ୍ର ଯାଞ୍ଚ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କ ପତ୍ର ଦାଖଲ କରିବା ପ୍ରକ୍ରିୟା ଚାଲିଲାଣି। ତଥାପି ସରୁନି ପ୍ରାର୍ଥୀ ଘୋଷଣା। ଶାସକ ବିଜୁ ଜନତା ଦଳ ୬, ଭାରତୀୟ ଜନତା ପାର୍ଟି ୧୫ ଓ କଂଗ୍ରେସ ୯ଟି ଆସନରେ ଏପର୍ଯ୍ୟନ୍ତ ଦେଇନି ପାର୍ଥୀ।

ରାଜ୍ୟର ତିନି ପ୍ରମୁଖ ଦଳ ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା କରିପାରନ୍ତି। ଭାରତୀୟ ଜନତା ପାର୍ଟି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ବସ୍ତା, ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ, ଖୋର୍ଦ୍ଧା, ତେଲକୋଇ, ଘଷିପୁରା, ଚମ୍ପୁଆ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ।

ସେହିପରି ଶାସକ ଦଳ ବିଜୁ ଜନତା ଦଳ କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ବିଜେଡିର ପ୍ରାର୍ଥୀ ଘୋଷଣା କରିନାହିଁ। ଯାଜପୁରର କୋରେଇ, ବାଲେଶ୍ୱରର ଭୋଗରାଇ, ନୀଳଗିରି ବିଧାନସଭା ପାଇଁ ମଧ୍ୟ ଟିକେଟ୍ ଘୋଷଣା ବାକି ରହିଛି। କଂଗ୍ରେସ କଟକ ବାରବାଟୀ, ଜଗତସିଂହପୁର, କାକଟପୁର, ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ବଡ଼ଚଣା, ପାଲଲହଡା ଓ ନୀଳଗିରି ପାଇଁ ଟିକେଟ୍ ଘୋଷଣା ବାକି ରହିଛି। ଟିକେଟ୍ ଘୋଷଣା ବାକି ଥିବାରୁ ଚିନ୍ତାରେ ଅନେକ ଆଶାୟୀ ରହିଛନ୍ତି।

Leave A Reply

Your email address will not be published.