Odisha Link
Bridging the Missing Links in Odisha

ବେଗୁନିଆରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ; ସାଂସଦଙ୍କ କର୍ତ୍ତବ୍ୟ କ’ଣ?

ଓଏଲ୍‌ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବିଜୁ ଜନତା ଦଳ ରାଜ୍ୟରେ ପୁଣି ଥରେ ନିଜର ବିଜୟ ଧାରା ବଜାଇ ରଖିବାକୁ ପ୍ରଚେଷ୍ଟା ଚଳାଇଛି।

ଖୋର୍ଦ୍ଧା ବେଗୁନିଆରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏକ ଜନସଭାରେ ଯୋଗ ଦେଇଛନ୍ତି। ଏହା ସହ ଦଳୀୟ ନେତାଙ୍କ ପାଇଁ ଭୋଟ ମାଗିବା ସହ ଖୋର୍ଦ୍ଧା ବେଗୁନିଆରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି, ସାଂସଦଙ୍କ କର୍ତ୍ତବ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି। ଏହା ସହ କହିଛନ୍ତି, ସାଂସଦ ଚାହିଁଥିଲେ ଏ ଅଞ୍ଚଳରେ ଶିଳ୍ପ ହୋଇପାରିଥାନ୍ତା। ଲୋକଙ୍କୁ ରୋଜଗାରର ସୁଯୋଗ ମିଳିଥାନ୍ତା। କିନ୍ତୁ ସାଂସଦ କିଛି କଲେନି, ଜନତା ତାଙ୍କୁ କ୍ଷମା ଦେବେନି। ବେଗୁନିଆରୁ ଭୁବନେଶ୍ୱର ସାଂସଦଙ୍କୁ ଟାର୍ଗେଟ୍ କଲେ କାର୍ତ୍ତିକ ପାଣ୍ଡିଆନ। ଏହା ସହ ସେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି।

Leave A Reply

Your email address will not be published.