Odisha Link
Bridging the Missing Links in Odisha

ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ କଟକଣା ପାଇଁ ବନ୍ଦ ରହିଥିଲା ଡ୍ରାଇଭିଂ ଟେଷ୍ଟ। ତାହା ପୁଣି ଆରମ୍ଭ ହେବାକୁ ଯାଉଛି। ଡିଏଲ୍‌ ଓ ଏଲ୍‌ଏଲ୍‌ ଟେଷ୍ଟ ଆରମ୍ଭ ହେବା ନେଇ ସୂଚନା ଦେଲେ ପରିବହନ କମିଶନର। ସାମାଜିକ ଦୂରତା ସହ ଗାଇଡଲାଇନ୍‌ କଟକଣା ଭିତରେ ପୁଣିଥରେ ଆରମ୍ଭ ହେବ ଡ୍ରାଇଭିଂ ଟେଷ୍ଟ।

ଡିଏଲ୍‌ ଟେଷ୍ଟ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ସାନି ସ୍ଲଟ୍‌ ବୁକିଂ। ଏଥିସହିତ କାଲି ସକାଳ ୭ଟାରୁ ଖୋଲିବ ଡିଏଲ୍‌ ଟେଷ୍ଟ ସ୍ଲଟ୍‌ ବୁକିଂ। ଏଥିସହିତ ଲର୍ଣ୍ଣିଂ ଲଇସେନ୍ସ୍‌ ସ୍ଲଟ୍‌ ବୁକିଂ ଜୁନ୍‌ ୨୨ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏଥିସହିତ ଡିଏଲ୍‌ ଟେଷ୍ଟ ୧୮ରୁ ଓ ଏଲ୍‌ ଏଲ୍‌ ଟେଷ୍ଟ ଜୁନ୍‌ ୨୯ ତାରିଖରୁ ହେବା ନେଇ ନିଷ୍ପତ୍ତି ନିଆଯାଇଛି।

ଟେଷ୍ଟିଂ ସମୟରେ ସାମାଜିକ ଦୂରତା ପାଳନ କରିବା ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପରିବହନ କମିଶନର କହିଛନ୍ତି।

ସୂଚନା ଥାଉକି, ଜୁନ୍‌ ୯ ତାରିଖ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଗାଡି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କରାଯାଇଥିଲା।  ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ। ଏନେଇ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି ମଧ୍ୟ କରାଯାଇଥିଲା।

ଏହି ନିଷ୍ପତ୍ତି ଅନୁସାରେ, ଗାଡିର ଫିଟ୍‌ନେସ, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନସ୍ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟର ଅବଧି ଯଦି ଚଳିତବର୍ଷ ୧ ଫେବୃଆରୀ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ।

Comments are closed.