Odisha Link
Bridging the Missing Links in Odisha

ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍ ଭାରତରେ ବ୍ୟାନ୍

ନୂଆଦିଲ୍ଲୀ: ଚାଇନା ମୋବାଇଲ ଆପ୍‌ ବିପକ୍ଷରେ ଭାରତ ସରକାର ନେଲେ କଡ଼ା ଆଭିମୁଖ୍ୟ। ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ବ୍ୟାନ ହୋଇଥିବା ଚାଇନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର,ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, ଭଲ୍ଟ ହାଇଡ୍‌, ଭିଗୋ ଭିଡିଓ, ଵିଚାଟ୍, ବିଉଟିପ୍ଲସ୍, କ୍ବାଇ, ରୋମ୍‌ଵି, ସେଇନ୍‌, ଫଟୋଵାଣ୍ଡର, ଆପସ୍ ବ୍ରାଉଜର, ଭିଭା ଭିଡିଓ, ଭାଇରସ୍ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍‌, ମାଇ ଷ୍ଟୋର, ଡିୟୁ ବ୍ରାଉଜର, କ୍ୟାଚ୍‌କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ୍, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ଓ୍ଵଣ୍ଡର କ୍ୟାମେରା, ଇଏସ୍‌ ଫାଇଲ୍‌ ଏକ୍ସପ୍ଲୋରର, ମେଲ୍‌ ମାଷ୍ଟର, ମାଇ ଭିଡିଓ କଲ୍‌-ସାଓମି ଏବଂ ପାରାଲେଲ୍‌ ସ୍ପେସ୍‌ ଆଦି ରହିଛି।

ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ। ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି।

Comments are closed.