Odisha Link
Bridging the Missing Links in Odisha

ଅଚାନକ‌ ଲେହରେ ପହଁଞ୍ଚିଲେ ପିଏମ୍‌ ମୋଦି, ସିଡିଏସଙ୍କ ସହ କରୁଛନ୍ତି ସ୍ଥିତି ଅନୁଧ୍ୟାନ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ତିକ୍ତତା ଚାଲିଥିବା ବେଳେ ଆଜି ହଠାତ୍‌ ଲେହରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଲଓ୍ବାନ ତିକ୍ତତା ପରେ ମୋଦି ପ୍ରଥମ ଥର ଲେହ ଗସ୍ତ କରିଛନ୍ତି। ମୋଦିଙ୍କ ଗସ୍ତକୁ ନେଇ ପୂର୍ବରୁ କୌଣସି ସୂଚନା ନଥିଲା। ହେଲେ ଆଜି ସକାଳୁ ଲେହରେ ପହଁଞ୍ଚି ପିଏମ୍‌ ମୋଦି ଯବାନ ମାନଙ୍କୁ ସାକ୍ଷାତ କରିଛନ୍ତି।

ଗତ ମେ ମାସରୁ ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଶୁକ୍ରବାର କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଏହା ପୂର୍ବରୁ ଗୁରୁବାର ଗସ୍ତ ସୂଚୀ ପରିବର୍ତ୍ତନ କରାଯାଇ ସିଡିଏସ ଲେହ ଆସିବେ ବୋଲି ସ୍ଥିର ହୋଇଥିଲା।

ଶୁକ୍ରବାର ସିଡିଏସ ଲେହରେ ନର୍ଥ କମାଣ୍ଡ ଏବଂ ୧୪ କର୍ପସ ଅଧିକାରୀଙ୍କ ସହିତ ବୈଠକ କରିବାର ଥିଲା। ଚୀନ ସହିତ ଲାଗି ରହିଥିବା ଉତ୍ତେଜନା, ସୀମାନ୍ତର ସ୍ଥିତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ସିଡିଏସ ଅନୁଧ୍ୟାନ କରୁଛନ୍ତି।