Odisha Link
Bridging the Missing Links in Odisha

ବଡ଼ ଖବର: ୨୪ ଘଣ୍ଟାରେ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୫୬୧ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟରେ ସର୍ବାଧିକ। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୧୩୬ ଲୋକାଲ କେସ୍‌ ରହିଛି। ଯାହାକି ରାଜ୍ୟରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ କଟକରୁ ୮୧, ବରଗଡ଼ରୁ ୨୧, ବଲାଙ୍ଗୀରରୁ ୧୯, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ମୟୁରଭଞ୍ଜରୁ ୧୦, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ଜଗତସିଂହପୁରରୁ, କୋରାପୁଟରୁ ୪, ଯାଜପୁରରୁ ୩, ଢ଼େଙ୍କାନାଳରୁ ୩, ସୁନ୍ଦରଗଡ଼ରୁ ୩, ପୁରୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜଣେ ଏନଡ଼ିଆରଏଫ ଯବାନ ମଧ୍ୟ କରୋନରେ ଆକ୍ରାନ୍ତ ହୋଇଛନ୍ତି ।

Comments are closed.