ହସ୍ପିଟାଲରେ ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ମେଡିକାଲରେ ଭର୍ତ୍ତି। ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲେ ଭର୍ତ୍ତି ହୋଇଛନ୍ତି ରାଜ୍ୟାପଳ। ହସ୍ପିଟାଲରେ ରାଜ୍ୟାପଳଙ୍କ ରୁଟିନ୍ ଚେକଅପ୍ ଚାଲିଥିବା ସୂଚନା ରହିଛି।
ମିଳିଥିବା ସୂଚନା ମୁତାବିକ, ରୁଟିନ୍ ଚେକ ଅପ୍ ପାଇଁ ରାଜ୍ୟପାଳ ହସ୍ପିଟାଲରେ ଯାଇଛନ୍ତି।ଥିପାଇଁ ମେଡିକାଲରେ ରାତିରେ ରହିବେ ପ୍ରଫେଶର ଗଣେଶୀ ଲାଲ। ରାଜ୍ୟପାଳଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ଥିବା ସୂଚନା ରହିଛି। ଆଜି ମେଡିକାଲରେ ରାତ୍ରୀ ଯାପନ କରି ଆସନ୍ତାକାଲି ରାଜ ଭବନକୁ ଫେରିବା ନେଇ ସୂଚନା ରହିଛି।