Odisha Link
Bridging the Missing Links in Odisha

ଭୁବନେଶ୍ବରରେ ତୃତୀୟ ସମର୍ପିତ କୋଭିଡ୍‌ ଡାକ୍ତରଖାନା

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ସମର୍ପିତ କୋଭିଡ୍‌ ଡାକ୍ତରଖାନା(DCH) ଖୋଲିଛନ୍ତି ରାଜ୍ୟ ସରକାର। ସ୍ଥାନୀୟ ଚନ୍ଦ୍ରଶେଖରପୁରରେ ଥିବା ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ପରିସରରେ ୧୫୦ ସାଧାରଣ ଶଯ୍ୟା ଓ ୩୦ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ସୋମବାର ଠାରୁ ଖୋଲା ଯାଇଛି। ଏହି ହସ୍ପିଟାଲ ଖୋଲିବା ପରେ ରାଜଧାନୀରେ କୋଭିଡ୍‌ ଚିକିତ୍ସା ପାଇଁ ସାଧାରଣ ଶଯ୍ୟା‌ ସଂଖ୍ୟା ୧,୧୭୫ ଓ ଆଇସିୟୁ ଶଯ୍ୟା ସଂଖ୍ୟା ୧୧୫କୁ ବୃଦ୍ଧିପାଇଛି।

ଭୁବନେଶ୍ବରରେ ଏଯାବତ୍‌ ୨,୧୫୦ କୋଭିଡ୍‌ ରୋୀ ଚିହ୍ନଟ ହୋଇଥିବା ବେଳେ ୧,୧୨୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୧,୦୧୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରେ ସମର୍ପିତ କୋଭିଡ୍‌ ଡାକ୍ତରଖାନା (DCH)

ଏହିି ୩ଟି ଡାକ୍ତରଖାନା ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ।

  • ଆଦିତ୍ୟ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ, ୧୫୦ ସାଧାରଣ ଶଯ୍ୟା ଓ ୩୦ ଆଇସିୟୁ ଶଯ୍ୟା
  • କିମ୍ସ କୋଭିଡ୍‌ ହସ୍ପିଟାଲ, ୫୦୦ ସାଧାରଣ ଶଯ୍ୟା ଓ ୪୫ ଆଇସିୟୁ ଶଯ୍ୟା
  • ଆଇଏମ୍‌ଏସ୍-ସମ୍‌ କୋଭିଡ୍‌ ହସ୍ପିଟାଲ, ୫୨୫ ସାଧାରଣ ଶଯ୍ୟା ଓ ୨୫ ଆଇସିୟୁ ଶଯ୍ୟା

ଭୁବନେଶ୍ବରରେ କୋଭିଡ୍‌ କେଆର୍‌ ହସ୍ପିଟାଲ(CHC)

ଲକ୍ଷଣ ଦେଖାଯାଉଥିବା କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲ ଉଦ୍ଦିଷ୍ଟ।

  • ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର, ପଟିଆ (୬୦ ଶଯ୍ୟା)
  • ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର, ଡୁମୁଡୁମା (୫୦ ଶଯ୍ୟା)

ଭୁବନେଶ୍ବରରେ କୋଭିଡ୍‌ କେଆର୍‌ ସେଣ୍ଟର (CCC)

ଆଦୌ ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଦେଖାଯାଉଥିବା କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହା ପ୍ରସ୍ତୁତ।

  • ହାଇଟେକ୍‌ ମେଡିକାଲ୍ (୫୫୦ ଶଯ୍ୟା)
  • ଏସ୍‌ଆଇଡିବିଆଇ, ଜୟଦେବ ବିହାର (୪୦ ଶଯ୍ୟା)

ଏହା ଭିନ୍ନ ସ୍ଥାନୀୟ ବିଧାୟକଙ୍କ ହାତ ପାଣ୍ଠି ଖର୍ଚ୍ଚରେ ଭୁବନେଶ୍ବର ନଗର ନିଗମ ଅଞ୍ଚଳରେ ୩ଟି କୋଭିଡ୍‌ କେଆର୍‌ ହୋମ୍‌ ନିର୍ମାଣ ଚାଲିଛି।

Comments are closed.