ଅନ୍ଲକ୍-୩ : ଉଠିଲା ରାତ୍ରକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅଣାୟତ୍ତ ଥିବା ବେଳେ କେନ୍ଦ୍ର ସରକାର ଜାରି କରିଛନ୍ତି ଅନ୍ଲକ୍-୩ ଗାଇଡଲାଇନ୍। କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏଁ ଲକ୍ଡାଉନ୍ ଜାରି। ରାତ୍ରକାଳୀନ କର୍ଫ୍ୟୁ କଟକଣାକୁ ଉଠାଇଲେ ସରକାର।
ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ। କିିନ୍ତୁ ଅଗଷ୍ଟ ୩୧ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ।ବାହାରକୁ ପାଦ କାଢ଼ିଲେ ମାସ୍କ ପିନ୍ଧିବା ଏବେ ବି ଜରୁରୀ ରହିଛି।
ଅପରପକ୍ଷେ, ଅଗଷ୍ଟ ୫ରୁ ଯୋଗ, ଜିମ ସେଣ୍ଟର ଖୋଲିବ। ହେଲେ ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବ। ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନକୁ ଅନୁମତି।ଆନ୍ତଃ ରାଜ୍ୟ ବା ରାଜ୍ୟ ଭିତରେ ସାମଗ୍ରୀ ପରିବହନ ଓ ବ୍ୟକ୍ତି ଯିବା ଆସିବା କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଦରକାର ନାହିଁ । ବନ୍ଦେ ଭାରତ ମିଶନ ଜରିଆରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିବ ବୋଲି ସୂଚନା ରହିଛି।
ଅପରପକ୍ଷେ ମେଟ୍ରୋ ରେଳ, ସିନେମା ହଲ, ସୁଇମିଂ ପୁଲ, ପାର୍କ, ଥିଏଟର, ବାର, ଅଡ଼ିଟୋରିୟମ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ସ୍ଥିତିକୁ ଅନୁଶୀଳନ କରିବା ପରେ କେଉଁଟା କେବେ ଖୋଲିବ ସେନେଇ ପରେ ବିଜ୍ଞପ୍ତି ପ୍ରକାଶ ପାଇବ।