ଦିଲ୍ଲୀରେ କମିଲା ଡିଜେଲ ଦର, ଭ୍ୟାଟ ହ୍ରାସ କଲେ କେଜ୍ରିଓ୍ବାଲ ସରକାର
![](https://www.odishalink.com/wp-content/uploads/2019/08/arvind-kejriwala.png)
ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ବାଲ ସରକାରଙ୍କ ବଡ଼ ଘୋଷଣା। କରୋନା କାଳରେ ଡିଜେଲ ଦର ହ୍ରାସ କରିବା ନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ଡିଜେଲ ଦରରେ ୧୬.୭୫% ଭ୍ୟାଟ ଲାଗିବା ନେଇ ନିଷ୍ପତ୍ତି ନେଇଛନ୍ତି କେଜ୍ରଓ୍ବାଲ ସରକାର।
କରୋନା ସମୟରେ ଡ଼ିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଡ଼ିଜେଲ ଦାମରେ ବଡ଼ ଧରଣର ହ୍ରାସ କରିଛନ୍ତି କେଜ୍ରିୱାଲ। ଡିଜେଲ ଲିଟର ପିଛା ୮ଟଙ୍କା ୩୬ପଇସା ସେ ହ୍ରାସ କରିିଛନ୍ତି। ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି ଦିଲ୍ଲୀ ସରକାର।
States Diesel rate
Rajasthan ₹82.64/L
MP ₹81.29/L
Maharashtra ₹79.81/L
Chattisgarh ₹79.68/L
Gujarat ₹79.05/L
𝗗𝗲𝗹𝗵𝗶 ₹𝟳𝟯.𝟲𝟰/𝗟— AAP (@AamAadmiParty) July 30, 2020
କେଜ୍ରିଓ୍ବାଲ କହିଛନ୍ତି ଯେ, ଦିଲ୍ଲୀରେ ଏବେ ଡିଜେଲ ଲିଟର ପିଛା ୮୨ଟଙ୍କାରେ ମିଳୁଛି। ଏବେ ଡିଜେଲର ଦରରେ ଲାଗୁ ହୋଇଥିବା ୩୦ % ଭ୍ୟାଟକୁ କମାଇ ୧୬.୭୫ % କରିବାକୁ ନିିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଯାହାଫଳରେ ବର୍ତ୍ତମାନର ଡିଜେଲ ଦରରୁ ୮ ଟଙ୍କା କମ୍ରେ ଡିଜେଲ ମିଳିବ। ଦିଲ୍ଲୀରେ ଏବେ ଲିଟର ପିଛି ୭୩ଟଙ୍କା ୬୪ ପଇସାରେ ମିଳିବ।
Comments are closed.