Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତି: ବିଧାୟକଙ୍କୁ ହୋଟଲରୁ ଅନ୍ୟ ସ୍ଥାନକୁ ପଠାଇବାକୁ କଂଗ୍ରେସର ପ୍ରସ୍ତୁତି!

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଦିନକୁ ଦିନ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଲାଗିରହିଥିବା ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସୁରକ୍ଷିତ ଭାବେ ନିଜ ପକ୍ଷରେ ରଖିବା କଂଗ୍ରେସ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନକୁ ରାଜ୍ୟପାଳଙ୍କ ଅନୁମତି ପରେ ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼।

ରାଜନୀତିରେ ଘୋଡ଼ା ବେପାରକୁ ନଜରରେ ରଖି ବିଧାୟକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଯୋଜନା କରୁଛି ରାଜସ୍ଥାନ କଂଗ୍ରେସ। ମିଳିଥିବା ସୂଚନା ମୁତାବିକ, ହୋଟଲରେ ରହୁଥିବା କଂଗ୍ରେସ ବିଧାୟକଙ୍କୁ ଜୈସେଲମର ସ୍ଥାନାନ୍ତର କରାଯିବ। ହୋଟଲରେ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ବିଧାୟକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରାଯିବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସୂଚାଇ ଦେଇଛନ୍ତି ଯେ ସେ ବିଧାନସଭା ଅଧିବେଶନରେ ଆତ୍ମବିଶ୍ୱାସ ଭୋଟ୍ ମାଗିବେ ଏବଂ ପକ୍ଷ ପରିବର୍ତ୍ତନ ପାଇଁ ବିଧାୟକମାନଙ୍କୁ ଟଙ୍କା ଦିଆଯାଉଛି ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଦ୍ରୋହୀମାନେ ଟଙ୍କା ଗ୍ରହଣ କରିନାହାଁନ୍ତି ସେମାନେ ଦଳକୁ ଫେରିପାରିବେ।

ସୂଚନାଥାଉକି, ସଚିନ ପାଇଲଟ ଏବଂ ଅନ୍ୟ ୧୮ ଜଣ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ଜୁଲାଇ ୧୩ ରୁ ବିଧାୟକମାନେ ହୋଟେଲରେ ରହି ଆସୁଛନ୍ତି। ତଥାପି, ବିଧାୟକମାନଙ୍କୁ ସ୍ଥାନାନ୍ତର କରିବାର କାରଣ ଦିଆଯାଇନାହିଁ।

Comments are closed.