Odisha Link
Bridging the Missing Links in Odisha

ବିରିୟାନୀ ପାଇଁ ମହାଭାରତ, ୮ ଗୁରୁତର

ଭଦ୍ରକ: ବିରିୟାନୀ ପାଇଁ ମହାଭାରତ। ବିରିୟାନୀ ଖାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ଏପରିକି ଏହି ଗଣ୍ଡ ଗୋଳରେ ୮ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ଏହି ଗଣ୍ଡ ଗୋଳରେ ୫ଟି ବାଇକ୍‌ ମଧ୍ୟ ଭଙ୍ଗାରୁଜା ହୋଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହିରେ ଏଭଳି କାଣ୍ଡ ଘଟିଛି।

ସୂଚନାଯୋଗ୍ୟ, ଧୁଷୁରୀ ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିବା ବେଳେ କୌଣସି କାରଣରୁ ପ୍ରତିପକ୍ଷ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ। ପରେ ସମାଧାନ ହେବାନେଇ ବୈଠକ ବସିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନଇଥିଲା। ଉଭୟ ପକ୍ଷରୁ ଟେକା ପଥର ଫିଙ୍ଗାଯିବା ସହ, ପିଟା ପିଟି ହୋଇଥିଲେ। ଏଥିରେ ଉଭୟ ପକ୍ଷରୁ ଘର ଦ୍ୱାର ଭଙ୍ଗାଯିବା ସହ ୫ଟି ବାଇକ ଭଙ୍ଗା ରୁଜା ହୋଇଛି । ଆକ୍ରମଣ ଯୋଗୁଁ ଏଥିରେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି।

ଅପରପକ୍ଷେ କେବଳ ବିରିୟାନୀ ଖାଇବାକୁ ନେଇ ନା ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ତାହା। ତାହାକୁ ନେଇ ଘଟଣା ସ୍ଥଳରେ ଧୂଷୁରୀ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.